କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ, ଟିକା ନେଲେ ହରିୟାଣା ମନ୍ତ୍ରୀ

ଚଣ୍ଡିଗଡ଼: ହରିୟାଣା ଗୃହ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍ ଦେଶୀ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ସ୍ୱେଚ୍ଛାସେବୀ ଭାବେ ସାମିଲ ହୋଇ ନିଜେ ଟିକା ନେଇଛନ୍ତି । କରୋନା ମହାମାରୀ ସଂକ୍ରମଣରୁ ସୁରକ୍ଷା ପାଇଁ ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ କାଉନସିଲ ତରଫରୁ କୋଭାକ୍ସିନ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି।

କୋଭାକ୍ସିନର ପରୀକ୍ଷାରେ ସ୍ୱେଚ୍ଛାସେବୀ ଭାବେ ସେ ପ୍ରଥମେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ନିଜ ଉପରେ ଟିକା ପ୍ରୟୋଗ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜୟ ପୂର୍ବରୁ ଘୋଷଣା କରିଥିଲେ।

ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଟିକା ପରୀକ୍ଷା ଏବଂ ବିଶ୍ଳେଷଣ ସଫଳ ହୋଇଛି ଏବଂ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେଉଛି । ମାନବ ପରୀକ୍ଷଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ଏକ ହଜାର ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଥିଲା। ଏହି ଟୀକା ପରୀକ୍ଷା ତୃତୀୟ ପର୍ଯ୍ୟାୟ ଭାରତର ୨୫ ଟି କେନ୍ଦ୍ରରେ ୨୬,୦୦୦ ଲୋକଙ୍କ ଠାରେ ପରୀକ୍ଷା କରାଯାଉଛି। ଭାରତରେ କୋଭିଡ୍ -୧୯ ଟିକା ପାଇଁ ଏହା ହେଉଛି ସର୍ବ ବୃହତ ହ୍ୟୁମାନ କ୍ଲିନିକାଲ୍ ଟ୍ରାଏଲ୍ ।

Comments are closed.