ବନ୍ଦ ହୋଇପାରେ ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ବିମାନ ଓ ଟ୍ରେନ ସେବା

ମୁମ୍ବାଇ – ରାଜଧାନୀ ନଗରୀ ଦିଲ୍ଲୀରେ ବୃଦ୍ଧି ପାଉଥିବା କରୋନା ମାମଲା ଦୃଷ୍ଟିରୁ ଦିଲ୍ଲୀ ଓ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ମଧ୍ୟରେ ବିମାନ ଓ ଟ୍ରେନ ସେବା ବନ୍ଦ ହୋଇପାରେ । ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଏହି ଦୁଇ ମହାନଗରୀ ମଧ୍ୟରେ ବିମାନ ଓ ଟ୍ରେନ ସେବା ଉପରେ କଟକଣା ଲଗାଇବାକୁ ବିଚାର କରୁଛନ୍ତି । ଏନେଇ ମହାରାଷ୍ଟ୍ର ସରକାରଙ୍କ ତରଫରୁ କୌଣସି ଔପଚାରିକ ଘୋଷଣା କରାଯାଇ ନଥିଲେ ବି ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାଜ୍ୟ ସରକାର ଏ ବାବଦରେ ଖୁବ ଶୀଘ୍ର ନିଷ୍ପତ୍ତି ନେବେ ।

କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହର ସମ୍ମୁଖୀନ ହୋଇଥିବା ଦିଲ୍ଲୀରେ ଶୁକ୍ରବାର ପୁଣି ୭୫ ନୂଆ ମାମଲା ଚିହ୍ନଟ ହୋଇଛି । ରାଜଧାନୀ ନଗରୀରେ କରୋନା ମାମଲା ଓ ତଦଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏହାର ପ୍ରଭାବ ଏନସିଆର ସମେତ ହରିୟାଣା ଓ ରାଜସ୍ଥାନରେ ଅନୁଭୂତ ହେଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଏନସିଆର ଅଧିନସ୍ଥ ନୋଏଡା, ଫରିଦାବାଦ, ଗୁରୁଗ୍ରାମ ଆଦି ଅଞ୍ଚଳରେ ମଧ୍ୟ କରୋନା ସଂକ୍ରମଣ ବଢୁଛି ।

Comments are closed.