ହାଜତ ମୃତ୍ୟୁ ଅଭିଯୋଗ : ବୀରମିତ୍ରପୁର ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନ ନିଲମ୍ବିତ, ପୁରୀ ବାସେଳିସାହି ଥାନାର ୩ ପୋଲିସ କର୍ମଚାରୀଙ୍କୁ ବି ନିଲମ୍ବନ

ଭୁବନେଶ୍ୱର – ବିଭିନ୍ନ ଭୁଲ୍ କାରଣରୁ ଚର୍ଚ୍ଚାରେ ରହିଆସିଛି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା । କର୍ତବ୍ୟରେ ଅବହେଳା କରି ଖାକିରେ କଳଙ୍କ ଲଗାଇଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏବେ ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । କର୍ତବ୍ୟରେ ଅବହେଳା ପାଇଁ ସ୍ମୃତିପ୍ରଭାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଡିଜି ଅଭୟ ଏ ନେଇ ଟ୍ୱିଟ୍ କରିଛନ୍ତି ।

କର୍ତବ୍ୟରେ ଅବହେଳା ପାଇଁ ପୁରୀ ବାସେଳିସାହି ଥାନାର ୩ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ବାସେଳିସାହି ଥାନା ଏସଆଇ ବିପ୍ଲବ କୁମାର ପ୍ରଧାନ, କନେଷ୍ଟବଳ ଜଗନ୍ନାଥ ସ୍ୱାଇଁ ଓ ବାବୁଲି ବେହେରାଙ୍କୁ କର୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି । ବୀରମିତ୍ରପୁର ଥାନା ଓ ବାସେଳିସାହି ଥାନା ହାଜତ ମୃତ୍ୟୁ ଅଭିଯୋଗ ପାଇଁ ଚର୍ଚ୍ଚାରେ ଅଛନ୍ତି । ବାସେଳିସାହି ଥାନା ହାଜତ ମୃତ୍ୟୁ ଘଟଣାରେ ପୁରୀ ଏସପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଛି ।

Comments are closed.