ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ପୁଅଙ୍କୁ କରୋନା

ୱାଶିଂଟନ – ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କରୋନା ସଂକ୍ରମିତ ହୋଇଛନ୍ତି । ଚଳିତ ସପ୍ତାହରେ ଜୁନିୟର ଟ୍ରମ୍ପ୍ ତାଙ୍କ କରୋନା ଟେଷ୍ଟ କରାଇଥିଲେ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ତାଙ୍କ କ୍ୟାବିନରେ ଏକାନ୍ତବାସରେ ରହିଛନ୍ତି ।

ଏ ଯାଏଁ ଜୁନିୟର ଟ୍ରମ୍ପଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ସେ ଡାକ୍ତରୀ ପରାମର୍ଶ ଅନୁସାରେ ସବୁ ଗାଇଡ୍ ଲାଇନ ପାଳନ କରୁଛନ୍ତି ବୋଲି ତାଙ୍କର ଜଣେ ପ୍ରବକ୍ତା କହିଛନ୍ତି । ଟ୍ରମ୍ପ ଜୁନିୟରଙ୍କ ପୂର୍ବରୁ ତାଙ୍କ ସାନଭାଇ ବାରୋନ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ ବି କରୋନା ପଜିଟିଭ୍ ହୋଇଥିଲେ ।

କରୋନା ପ୍ରଭାବିତ ଦେଶମାନଙ୍କ ମଧ୍ୟରୁ ଆମେରିକା ଶୀର୍ଷରେ ରହିଛି । ଆମେରିକାରେ ଏବେ ଦୈନିକ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସୁଛି । କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଆମେରିକାରେ ଏବେ ମୃତ୍ୟୁ ସଂଖ୍ୟା ଦେଢ ଲକ୍ଷ ଟପିଛି ।

Comments are closed.