ମାନିଲେ କେନ୍ଦ୍ର ସରକାର: ଅର୍ଥନୈତିକ ଅପରାଧରେ ସମ୍ପୃକ୍ତ ୭୨ ପଳାତକଙ୍କ ମଧ୍ୟରୁ କେବଳ ଦୁଇ ଜଣ ଧରାପଡ଼ିଛନ୍ତି

ନୂଆଦିଲ୍ଲୀ – ବିଭିନ୍ନ ଅର୍ଥନୈତିକ ଅପରାଧରେ ସମ୍ପୃକ୍ତ ପଳାତକଙ୍କୁ ଧରିବାରେ ଆଶାଜନକ ସଫଳତା ମିଳିନାହିଁ ବୋଲି କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି । ଏଭଳି ଠକେଇ ଓ ଅପରାଧରେ ସମ୍ପୃକ୍ତ ୭୨ ଜଣ ଦେଶ ଛାଡ଼ି ପଳାଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଦୁଇ ଜଣ ହିଁ ଧରାପଡିଛନ୍ତି । ଆରଟିଆଇ ଜରିଆରେ ପଚରା ଯାଇଥିବା ପ୍ରଶ୍ନରେ କେନ୍ଦ୍ର ସରକାର ଏହା କହିଛନ୍ତି ।

୨୦୧୫ରେ ବ୍ୟାଙ୍କ୍ ଋଣ ଓ ଅନ୍ୟ ଅର୍ଥନୈତିକ ଅପରାଧ ପାଇଁ ଡିଫଲ୍ଟର ଘୋଷିତ ହୋଇଥିବା ୨୭ ବ୍ୟବସାୟୀଙ୍କ ନାମ ତାଲିକା ସରକାର ୪ ଜାନୁଆରୀ ୨୦୧୯ରେ ସାର୍ବଜନୀନ କରିଥିଲେ । ଆର୍ଥିକ ଅପରାଧ ଓ ଅନିୟମିତତା ମାମଲାରେ ୭୨ ଅଭିଯୁକ୍ତ ବିଦେଶରେ ଅଛନ୍ତି । ସେମାନଙ୍କୁ ଆଣିବାକୁ ଉଦ୍ୟମ ଜାରି ରହିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏସପି ଶୁକ୍ଲା ୫ ଫେବୃଆରୀ ୨୦୨୦ରେ ଲୋକସଭାରେ କହିଥିଲେ ।

Comments are closed.