ନୂଆପଡା ଜିଲ୍ଲାରେ ମାଓ ଶିବିର ଠାବ, ଅସ୍ତ୍ରଶସ୍ତ୍ର ଜବତ

ନୂଆପଡା- ନୂଆପଡା ଜିଲ୍ଲାରେ ମାଓ ବିରୋଧୀ ଅପରେସନରେ ସିଆରପିଏଫକୁ ବଡ ଧରଣର ସଫଳତା ମିଳିଛି । ବୋଡେନ ବ୍ଲକ୍ ଭଇଁସମୁଣ୍ଡି ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଛନ୍ତି ସିଆରପିଏଫ ଯବାନ । ଠାବ ହୋଇଥିବା ମାଓ କ୍ୟାମ୍ପରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଘଟଣାସ୍ଥଳରୁ ୫ଟି ରାଇଫଲ, ୩୩ଟି ଡିଟୋନେଟର ଓ ମାଓ ବ୍ୟାନର ଜବତ କରାଯାଇଛି ।

Comments are closed.