ଜଗି-ଜୟଙ୍କ ଖସିବା ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି ହାଇକୋର୍ଟ : ଡକ୍ଟର ସସ୍ମିତ ପାତ୍ର

ଭୁବନେଶ୍ୱର- ସରୁଅ ଦଳିତ ଜମି ଦୁର୍ନୀତି ମାମଲା ରଦ୍ଦ ପାଇଁ ଆବେଦନ ଖାରଜ ଓ ଅନ୍ତରୀଣ ସୁରକ୍ଷା ହଟିଲା ପରେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଗିରଫଦାରୀର ସମ୍ମୁଖୀନ ହୋଇଛନ୍ତି ।

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ, ହାଇକୋର୍ଟ ଜଗି-ଜୟଙ୍କ ଆବେଦନ ଖାରଜ କରି ସେମାନଙ୍କ ଖସିଯିବାର ସୁଯୋଗକୁ ପଣ୍ଡ କରିଦେଇଛନ୍ତି । ଏହା ସହ ସେମାନଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦିଆଯାଇଛି । ଜମି ହରାଇଥିବା ଦଳିତ କୃଷକମାନଙ୍କୁ ଏଣିକି ନ୍ୟାୟ ମିଳିବ ବୋଲି ସସ୍ମିତ ଆଶା ପ୍ରକାଶ କରିଛନ୍ତି ।

Comments are closed.