ଡ୍ରଗ୍ସ ମାମଲା: ଭାରତୀଙ୍କ ସ୍ୱାମୀ ବି ଗିରଫ, ଉଭୟଙ୍କୁ ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଗଲା

ମମ୍ବାଇ – ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରବିବାର ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ବି ଗିରଫ କରିଛି । ଉଭୟଙ୍କୁ ଆଜି ମୁମ୍ବାଇର କିଲା କୋର୍ଟରେ ହାଜର କରାଯାଇଥିଲା । ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ କୋର୍ଟ ଆଦେଶ ଦେଇଛନ୍ତି ।

ଭାରତୀ ଓ ତାଙ୍କ ସ୍ୱାମୀଙ୍କ ରିମାଣ୍ଡ୍ ପାଇଁ ଏନସିବି ଅନୁରୋଧ କରିଥିଲା । ହେଲେ କୋର୍ଟ ଏନସିବିର ଅନୁରୋଧ ଅଗ୍ରାହ୍ୟ କରିଦେଇଥିଲେ । ଭାରତୀ ଓ ଲିମ୍ବାଚିୟାଙ୍କ ଜାମିନ ଆବେଦନର ଶୁଣାଣି ସୋମବାର ହେବ । ଭାରତୀ ଓ ତାଙ୍କ ସ୍ୱାମୀଙ୍କ ସମେତ ଦୁଇଜଣ ଡ୍ରଗ୍ସ ବେପାରୀଙ୍କୁ ବି କୋର୍ଟରେ ହାଜର କରାଯାଇଥିଲା । ଦୁଇ ଡ୍ରଗ୍ସ ବେପାରୀଙ୍କୁ ପୋଲିସ୍ ହାଜତକୁ ପଠାଇ ଦିଆଯାଇଛି ।

ଡ୍ରଗ୍ସ ସେବନ ଅଭିଯୋଗରେ ଏନସିବି ଶନିବାର ଭାରତୀଙ୍କୁ ଗିରଫ କରିଥିଲା । ତାଙ୍କ ଘରେ ଚଢାଉ ବେଳେ ଏନସିବି ୮୬.୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଏହି ମାମଲାରେ ଆଜି ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି ଗିରଫ କରିଥିଲା । ଉଭୟ ଡ୍ରଗ୍ସ ସେବନ କରିଥିବା ସ୍ୱୀକାର କରିଥିଲେ ।

Comments are closed.