ଆଇଏସ୍ଏଲ୍: ସୋମବାର ଠାରୁ ଓଡ଼ିଶା ଏଫସିର ଅଭିଯାନ

ପାଣାଜି – ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ୍)ର ସପ୍ତମ ସଂସ୍କରଣରେ ଓଡ଼ିଶା ଏଫସି ସୋମବାର ଠାରୁ ନିଜ ଅଭିଯାନ ଆରମ୍ଭ କରିବ । ଦଳ ତାର ପ୍ରଥମ ମ୍ୟାଚ୍ରେ ହାଇଦ୍ରାବଦକୁ ଏଫସିକୁ ଭେଟିବ । ଗତ ସଂସ୍କରଣରେ ଉଭୟ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏଣୁ ଏଥର ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିବେ ଦୁଇ ଦଳ । ଗତ ସଂସ୍କରଣରେ ହାଇଦ୍ରାବାଦ୍ ୧୩ଟି ମ୍ୟାଚ୍ ହାରିଥିଲା ଓ ୩୯ ଗୋଲ ଖାଇଥିଲା । ଓଡ଼ିଶା ମଧ୍ୟ ଆଶାନୁରୂପ ସଫଳତା ପାଇନଥିଲା ।

ଓଡ଼ିଶା ଗତ ସଂସ୍କରଣରେ ୩୧ଟି ଗୋଲ ଖାଇଥିଲା । ତେବେ ତାହା ଏବେ ଅତୀତ ହୋଇଯାଇଛି । ଏବେ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ଆମେ ପଡିଆକୁ ଓହ୍ଲାଇବୁ ବୋଲି ଓଡ଼ିଶା ଏଫସି କୋଚ୍ ଷ୍ଟୁଆର୍ଟ ବାକ୍ସଟର କହିଛନ୍ତି । ଆମ ପାଖରେ ଅନେକ ନୂଆ ଖେଳାଳି ରହିଛନ୍ତି । ହାଇଦ୍ରାବାଦ ମଧ୍ୟ ନୂଆ ରୂପରେଖ ସହ ଖେଳିବ । ତେଣୁ ଉଭୟ ଦଳ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିବେ । ଏହି ଚାଲେଞ୍ଜ ପାଇଁ ଆମେ ପ୍ରସ୍ତୁତ ବୋଲି ବକ୍ସଟର କହିଛନ୍ତି ।

ଓଡ଼ିଶା ଏଫସି ଏଥର ବ୍ରାଜିଲୀୟ ଷ୍ଟ୍ରାଇକର ଡିଏଗୋ ମୌରିସିଓ ଓ ମାର୍ସେଲିନୋଙ୍କ ସହ ଚୁକ୍ତି କରିଚି । ଉଭୟ ଖେଳାଳି କ୍ଷଣିକ ମଧ୍ୟରେ ମ୍ୟାଚର ମୋଡ ବଦଳାଇବାରେ ସମର୍ଥ । ତେବେ ସେ କେବଳ ବ୍ୟକ୍ତିଗତ ଖେଳାଳିଙ୍କ ଉପରେ ଧ୍ୟାନ ଦେଉନାହାନ୍ତି, ବରଂ ଦଳଗତ ପ୍ରଦର୍ଶନକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ବାକ୍ସଟର କହିଛନ୍ତି ।

Comments are closed.