ଜାମ୍ମୁ ଓ କାଶ୍ମୀରର ସାମ୍ବା ସେକ୍ଟରରେ ଭୂମଗତ ସୁଡଙ୍ଗ ଠାବ କଲା ବିଏସଏଫ୍, ନାଗ୍ରୋଟା ଏନକାଉଂଟରରେ ନିହତ ଆତଙ୍କୀ କରିଥିଲେ ବ୍ୟବହାର

ନୂଆଦିଲ୍ଲୀ – ଜାମ୍ମୁ ଓ କାଶ୍ମୀରର ସାମ୍ବା ସେକ୍ଟରରେ ଆନ୍ତର୍ଜାତିକ ସୀମାରେ ବିଏସଏଫ ଏକ ଭୂମିଗତ ସୁଡଙ୍ଗ ଠାବ କରିଛି । ଏହି ସୁଡଙ୍ଗ ବ୍ୟବହାର କରି ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଯାଉଥିବା ବୋଲି ସନ୍ଦେହ କରାଯାଉଛି । ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଏହି ସୂଚନା ଦେଇଛନ୍ତି ।

ନାଗ୍ରୋଟାରେ ସୁରକ୍ଷାବାହିନୀଙ୍କ ସହ ଏନକାଉଣ୍ଟରରେ ନିହତ ହୋଇଥିବା ଚାରି ଆତଙ୍କବାଦୀ ବି ଠାବ ହୋଇଥିବା ସୁଡଙ୍ଗ ଦେଇ ଭାରତରେ ଅନୁପ୍ରବେଶ କରିଥିବା ଅନୁମାନ କରାଯାଉଛି ବୋଲି ଜାମ୍ମୁ ବିଏସଏଫ ଆଇଜି ଏନ.ଏସ ଜାମବଲ କହିଛନ୍ତି । ସୁଡଙ୍ଗ ନୂଆରେ ନିର୍ମିତ ହୋଇଥିବାରୁ ଏହି ସନ୍ଦେହ ଦୃଢୀଭୂତ ହେଉଛି ବୋଲି ବିଏସଏଫ ଆଇଜି କହିଛନ୍ତି । ନାଗ୍ରୋଟା ଏନକାଉଣ୍ଟର ପରେ ଘଟଣାସ୍ଥଳରେ ପୋଲିସର ଯାଂଚ ପରେ ଏହି ସୁଡଙ୍ଗ ଦୃଷ୍ଟିଗୋଚର ହୋଇଥିଲା ବୋଲି ଡିଜିପି ଦିଲବାଗ ସିଂହ କହିଛନ୍ତି ।

Comments are closed.