ରାଜ୍ୟ କୋରୋନା ଅପଡେଟ୍ : ୬୬୮ ନୂଆ ଆକ୍ରାନ୍ତ ଚିହ୍ନଟ, ନୂଆପଡା ଜିଲ୍ଲାରୁ ସର୍ବାଧିକ ୬୮

ଭୁବନେଶ୍ୱର-ରାଜ୍ୟରେ ଗତ ୨୪ ଘଂଟାରେ ୬୬୮ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩୮୫ ଓ ସ୍ଥାନୀୟ ଅଂଚଳରୁ ୨୮୩ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ସର୍ବାଧିକ ୬୮, ଖୋର୍ଦ୍ଧାରୁ ୫୬, ସୁନ୍ଦରଗଡରୁ ୫. ମୟୂରଭଞ୍ଜରୁ ୫୦, ଅନୁଗୁଳରୁ ୪୬, ବାଲେଶ୍ୱରରୁ ୩୮ ଓ କଟକରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିରରୁ ୨୮, ଜଗତସିଂହପୁରରୁ ୨୫, ଝାରସୁଗୁଡାରୁ ୨୩, ପୁରୀରୁ ୨୩ ଓ ଗଞ୍ଜାମ ଜିଲ୍ଲାରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ୬୨୯କୁ ବୃଦ୍ଧି ପାଇଛି । ୩ ଲକ୍ଷ ୫ ହଜାର ୮୧୩ ଜଣ ସୁସ୍ଥ ହୋଇସାରିଲେଣି । ୭ ହଜାର ୧୦୬ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଂଟାରେ କୋରୋନା ଯୋଗୁଁ ରାଜ୍ୟରେ ଆଉ ୧୭ ଜଣ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁୁସଂଖ୍ୟା ୧ ହଜାର ୬୫୭କୁ ବୃଦ୍ଧି ପାଇଛି ।

Comments are closed.