ଆୟୁର୍ବେଦ ଡାକ୍ତରଙ୍କୁ ଅସ୍ତ୍ରୋପଚାର ଅନୁମତି ନେଇ ନିଷ୍ପତ୍ତିକୁ ଆଇଏମ୍ଏର ତୀବ୍ର ବିରୋଧ

ନୂଆଦିଲ୍ଲୀ – ଆୟୁର୍ବେଦ ଡାକ୍ତରଙ୍କୁ କେତୋଟି ନିର୍ଦ୍ଦିଷ୍ଟ ବିଭାଗରେ ଅସ୍ତ୍ରୋପଚାର ପାଇଁ ଅନୁମତି ଦିଆଯିବା ନିଷ୍ପତ୍ତିକୁ ଭାରତୀୟ ମେଡିକାଲ ସଂଘ (ଆଇଏମ୍ଏ) ତୀବ୍ର ବିରୋଧ କରିଛି । କେନ୍ଦ୍ରୀୟ ଚିକିତ୍ସା ପରିଷଦ (ସିସିଆଇଏମ୍) ଦ୍ୱାରା ନିଅଯାଇଥିବା ଏହି ପଦକ୍ଷେପକୁ ଆଇଏମ୍ଏ କଡ଼ା ସମାଲୋଚନା କରିଛି । ଏଭଳି ନିଷ୍ପତ୍ତି ପରେ ନିଟ୍ ଭଳି ପରୀକ୍ଷାର କୌଣସି ଗୁରୁତ୍ୱ ରହିବ ନାହିଁ ବୋଲି ଆଇଏମଏ କହିଛି । କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ପରେ ସିସିଆଇଏମ୍ ଏକ ବିଜ୍ଞପ୍ତି ଜରିଆରେ ଆୟୁର୍ବେଦ ଡାକ୍ତରଙ୍କୁ ୫୮ ପ୍ରକାର ଅସ୍ତ୍ରୋପଚାର ପାଇଁ ଅନୁମତି ପ୍ରଦାନ କରିଛି ।

ଏହାକୁ ଆଇଏମଏ ଏକତରଫା ନିଷ୍ପତ୍ତି ବୋଲି କହିଛି । ସିସିଆଇଏମ୍ ର ଏହି ନିଷ୍ପତ୍ତି ସମଗ୍ର ଦେଶରେ ଆଧୁନିକ ଚିକିତ୍ସାର ଛାତ୍ର ଓ ଡାକ୍ତରଙ୍କ ପ୍ରତି ଅପମାନ ବୋଲି ଆଇଏମଏ କହିଛି । ଆୟୁର୍ବେଦ ଡାକ୍ତରଙ୍କୁ ଅଯୋଗ୍ୟ ବୋଲି କହି ଆଇଏମଏ ସିସିଆଇଏମର ନିଷ୍ପତ୍ତି ଘାତକ ସାବ୍ୟସ୍ତ ହେବ ବୋଲି ଚେତାବନୀ ଦେଇଛି । ସିସିଆଇଏମର ବିଜ୍ଞପ୍ତି ଅନୁସାରେ ଆୟୁର୍ବେଦ ଡାକ୍ତରଙ୍କୁ ସାଧାରଣ ଅସ୍ତ୍ରୋପଚାର ସହ ଇଏନଟି (ନାସା-କର୍ଣ୍ଣ-ଗଳା), ଚକ୍ଷୁ, ଅସ୍ଥିଶଲ୍ୟ , ଦାନ୍ତ ଏପରି ୫୮ ପ୍ରକର ଅସ୍ତ୍ରୋପଚାର ପାଇଁ ଅନୁମତି ମିିଳିବ । ଆୟୁର୍ବେଦର ପିଜି ପାଠ୍ୟକ୍ରମରେ ବି ଅସ୍ତ୍ରୋପଚାରକୁ ସାମିଲ କରାଯିବ । ଏଥିପାଇଁ ଭାରତୀୟ ଚିକିତ୍ସା ପରିଷଦ (ସ୍ନାତକୋତ୍ତର ଆୟୁର୍ବେଦ ଶିକ୍ଷା) ଆଇନରେ ବି ସଂଶୋଧନ କରାଯାଇଛି ।

Comments are closed.