କରୋନା ପ୍ରକୋପ: କେନ୍ଦ୍ର ଓ ଚାରି ରାଜ୍ୟକୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ସମେତ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ଓ ଆସାମର ରାଜ୍ୟ ସରକାରଙ୍କ ଠାରୁ କରୋନା ସଂକ୍ରମଣ ରୋକିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜବାବ ଲୋଡିଛନ୍ତି । ଏ ସମ୍ପର୍କରେ ଦୁଇ ଦିନ ଭିତରେ ଷ୍ଟାଟର୍ସ ରିପୋର୍ଟ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଦଲ୍ଲୀ ଓ ଗୁଜରାଟରେ କରୋନାର ଭୟାବହ ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିବା ସହ ଗୁଜରାଟରେ ସ୍ଥିିତି ଅଣାୟତ୍ତ ହେଉଛି ବୋଲି କହିଛନ୍ତି । ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତି ସଙ୍ଗିନ ହେଉଛି । ବିଶେଷକରି ଗତ ଏକ ମାସରେ ରାଜଧାନୀ ନଗରୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଛି ।

ଏନେଇ କଣ ପଦକ୍ଷେପ ନିଆଯାଇଛି ସେନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ସ୍ୱୀକାର କରିଥିଲେ ଯେ, ଦିଲ୍ଲୀରେ ସଂକ୍ରମଣକୁ ରୋକିବା ପାଇଁ ଆହୁରି ବହୁତ କିଛି କରିବାକୁ ପଡିବ । କରୋନା ପ୍ରକୋପ ଦୃଷ୍ଟିରୁ କେନ୍ଦ୍ର ଓ ସବୁ ରାଜ୍ୟକୁ ସତର୍କ ରହିବା ସହ ସଠିକ୍ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।

Comments are closed.