‘ ନାକ୍ ’ ଦ୍ଵାରା ପ୍ରସ୍ତୁତ ଓଡ଼ିଶା ରିପୋର୍ଟ ପୁସ୍ତିକା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ଵାରା ଶୁଭ ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଅଭିବୃଦ୍ଧି ପ୍ରତି ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ଶିକ୍ଷାନୁଷ୍ଠାନଗୁଡ଼ିକରେ ବୈଷୟିକ ବାତାବରଣରେ ଉନ୍ନତି ଆଣି ଶିକ୍ଷାଦାନ କ୍ଷେତ୍ରରେ ପ୍ରଭୂତ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିବାବେଳେ ‘ ନାକ୍ ’ ଦ୍ଵାରା ପ୍ରକାଶିତ ଓଡ଼ିଶା ରିପୋର୍ଟ ଆଧାରରେ ଓ ସୁପାରିଶରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ କରାଯିବ ଯେପରି ସେମାନେ ସହଜରେ ‘ ନାକୁ ମାନ୍ୟତା ହାସଲ କରିପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ . ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଅପରାହ୍ନରେ ‘ ନାକ୍ ’ ଦ୍ଵାରା ପ୍ରସ୍ତୁତ “ ଓଡ଼ିଶା ରିପୋର୍ଟ ପୁସ୍ତିକାକୁ ଶୁଭ ଉନ୍ମୋଚନ କରି ମନ୍ତ୍ରୀ ଡ . ସାହୁ କହିଲେ “ ନାକୁ ’ ଆକ୍ରେଡିସନ୍ ପାଇବା ଦିଗରେ ରାଜ୍ୟ ସରକାର ତଥା ବିଭିନ୍ନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି , ଯାହାର ସଦୁପଯୋଗ କରି ରାଜ୍ୟର ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନ ‘ ନାକୁ ମାନ୍ୟତା ହାସଲ କରିପାରିବେ । ଏଥି ପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ସ୍ଵତନ୍ତ୍ର ସେଲର ପ୍ରତିଷ୍ଠା କରାଯାଇଛି ବୋଲି ମନ୍ତ୍ରୀ ଡ . ସାହୁ କହିଥିଲେ ।

ୟୁଜିସିର ଏକ ସ୍ୱୟଂ ଶାସିତ ସଂସ୍ଥା ଦ୍ୱାରା ରାଜ୍ୟର ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମ , ଶିକ୍ଷାଦାନ ପଦ୍ଧତି ଓ ଶିକ୍ଷା ଆହରଣ , ଗବେଷଣା ଓ ନୂତନ ଉଭାବନ , ଶିକ୍ଷାନୁଷ୍ଠାନର ଭିଭିଭୂମି ଓ ଶିକ୍ଷାଦାନର ଭିତ୍ତିଭୂମି ଏବଂ ଏହାର ପରିଚାଳନା ପଦ୍ଧତି ଓ ଶ୍ରେଷ୍ଠ କାର୍ଯ୍ୟାନ୍ବୟନ ଆଦିକୁ ବିଚାର କରି ଏହି ‘ ରିପୋର୍ଟ ପୁସ୍ତିକା ’ ପ୍ରକାଶ କରାଯାଇଛି ।

ଭାରତବର୍ଷରେ ଓଡ଼ିଶା ୧୪ତମ ରାଜ୍ୟ ଯାହାର ‘ ନାକ୍ ’ ଦ୍ଵାରା ରିପୋର୍ଟ ପୁସ୍ତିକା ପ୍ରକାଶକ କରାଯାଇଛି । “ ନାକ୍ ’ ଦ୍ଵାରା ପ୍ରତ୍ୟେକ ରାଜ୍ୟ ନିମନ୍ତେ ସ୍ଵତନ୍ତ୍ର ରିପୋର୍ଟ ପୁସ୍ତିକା ପ୍ରକାଶ କରାଯାଉଛି । ଭଷ୍ଟ୍ରିଆଲ୍ ମାଧ୍ୟମରେ ଆୟୋଜିତ ଏହି ରିପୋର୍ଟ ପୁସ୍ତକ ଉନ୍ମୋଚନ ଅବସରରେ ‘ ନାକୁ’ର ନିର୍ଦ୍ଦେଶକ ଡ . ଏସ୍.ସି ଶର୍ମା ଅଧ୍ୟକ୍ଷତା କରିଥିବାବେଳେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର , ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ , “ ନାକ୍’ର ଉପଦେଷ୍ଟା ପ୍ରଫେସର ଅମୀୟ କୁମାର ରଥ , ‘ ନାକ୍’ର ରିସର୍ଚ୍ଚ ଏବଂ ଆନାଲିସିସ୍ ଉଇଙ୍ଗ୍ର ପରାମର୍ଶଦାତା ଡ . ଏସ୍ . ଶ୍ରୀକାନ୍ତ ସ୍ବାମୀ , ପ୍ରଫେସର ସୁସ୍ମିତ ପାଣି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଚାରୁସାର ପ୍ରଫେସର ହରେଶ କୁମାର ଜୟନ୍ତୀଲାଲି ଜାନି ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.