କଟକ ନୟାସଡକ ଆଇଆଇଏଫଏଲରୁ ଡକାୟତି ଘଟଣାରେ ପୋଲିସ କମିଶନରଙ୍କ ଖୁଲାସା : ସଂସ୍ଥାର ୨ କର୍ମଚାରୀ ହିଁ ମାଷ୍ଟରମାଇଣ୍ଡ୍

ଭୁବନେଶ୍ୱର- କଟକ ନୟାସଡକ ସ୍ଥିତ ଏକ ଅର୍ଥ ଲଗାଣକାରୀ ସଂସ୍ଥା-ଆଇଆଇଏଫଏଲରୁ ଗତ ୧୯ ତାରିଖରେ ହୋଇଥିବା ଲୁଟ୍ ଘଟଣାରରେ ସେହି ସଂସ୍ଥାର କର୍ମଚାରୀ ହିଁ ମାଷ୍ଟରମାଇଣ୍ଡ୍ । ସେମାନେ ହେଲେ ଲାଲା ଅମୃତ ରାୟ ଓ ବାପୁ ରଂଜନ ବେହେରା । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ପ୍ରେସମିଟରେ ଏହି ଖୁଲାସା କରିଛନ୍ତି ।

ଘର ଢିଙ୍କି ହିଁ କୁମ୍ଭୀର ସାଜିଛି ବୋଲି ସେ କହିଛନ୍ତି । ପୋଲିସ କମିଶନର ସୂଚନା ଦେଇଛନ୍ତି ଯେ, ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ୨ କେଜି ସୁନା ଓ ୨ଟି ବାଇକ୍ ଜବତ କରାଯାଇଛି ।

ଆଇଆଇଏଫଏଲ ସଂସ୍ଥାର ସିସିଟିଭି କାମ କରୁ ନ ଥିଲା । ଏହା ଯୋଜନାବଦ୍ଧ ଥିଲା ବୋଲି ବୋଲି ପୋଲିସ କମିଶନର କହିଛନ୍ତି । ମାତ୍ର ୬ ଦିନରେ ଏହି ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ ।

Comments are closed.