କୋଭିଡ ଦୃଷ୍ଟିରୁ ଏଥର କାର୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ମନା, କଟକଣା ଜାରି କଲେ ଏସଆରସି

ଭୁବନେଶ୍ୱର- ରାଜ୍ୟରେ ଆସନ୍ତା ୩୦ ତାରିଖରେ ପଡୁଥିବା କାର୍ତିକ ପୂର୍ଣ୍ଣିମା ପାଇଁ କଟକଣା ଜାରି କରିଛନ୍ତି ସରକାର । ସେହିଦିନ ବିଭିନ୍ନ ନଦୀଘାଟ, ସମୁଦ୍ର କୂଳ ଓ ପୁଷ୍କରିଣୀରେ ଲୋକେ ଡଙ୍ଗା ଭସାଇଥାନ୍ତି । ଏଥିପାଇଁ ଏସବୁ ସ୍ଥାନରେ ଭିଡ ହୋଇଥାଏ ।

କିନ୍ତୁ କୋଭିଡ-୧୯ ମହମାରୀ ଯୋଗୁଁ ଏଥର କୌଣସି ସ୍ଥାନରେ ବଡ ଧରଣର ଭିଡ ପାଇଁ ରାଜ୍ୟ ସରକାର ଆଗରୁ କଟକଣା ଜାରି କରିଛନ୍ତି । ସେହି କଟକଣା ବଜାୟ ରହିବା ସହ କାର୍ତକ ପୂର୍ଣ୍ଣିମାରେ ନଦୀଘାଟରେ ଗହଳି କରି ଡଙ୍ଗା ଭସାଇବା ଓ ଗାଧୋଇବା ଉପରେ ବି କଟକଣା ଜାରି କରିଛି । ଭିଡ ବା ଗହଳି ହେଲେ କୋରୋନା ସଂକ୍ରମଣବ୍ୟାପିବା ଆଶଙ୍କା ଥିବାରୁ ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ବିବୃତି ଜାରି କରାଯାଇଛି ।

Comments are closed.