ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ, କୋରୋନାରେ ଥିଲେ ଆକ୍ରାନ୍ତ

ନୂଆଦିଲ୍ଲୀ – କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲଙ୍କ ପରଲୋକ ହୋଇଯାଇଛି । ପଟେଲଙ୍କ ପରଲୋକ ସଂପର୍କରେ ତାଙ୍କ ପୁ୍‌ଅ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କୋରୋନାରେ ପୀଡିତ ହୋଇ ଗୁରୁଗ୍ରାମର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ପଟେଲଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ରାତି ସାଢେ ୩ଟାରେ ତାଙ୍କର ଦେହାନ୍ତ ହୋଇଥିଲା । ମାସେ ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଅହମ୍ମଦ ପଟେଲ୍ ।

କଂଗ୍ରେସର ଟ୍ରାବୁଲ ସୁଟର ଭାବେ ଜଣାଶୁଣା ଗୁଜରାଟରୁ ରାଜ୍ୟସଭରେ ପ୍ରତିନିଧିତ୍ୱ କରିଥିଲେ । ଗାନ୍ଧି ପରିବାର ଅନୁଗତ ଭାବେ ଜଣାଶୁଣା ପଟେଲ ସୋନିଆ ଗାନ୍ଧିଙ୍କ ରାଜନୈତିକ ପରାମର୍ଶଦାତା ମଧ୍ୟ ଥିଲେ । ତାଙ୍କ ମୃତ୍ୟୁରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ସଭାପତି ସୋନିଆ ଗାନ୍ଧି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Comments are closed.