ଶରଣକୂଳ ଦୁର୍ଘଟଣା : ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପାମୂଳକ ସହାୟତା ଘୋଷଣା

ଭୁବନେଶ୍ୱର- ନୟାଗଡ ଜିଲ୍ଲା ଶରଣକୂଳରେ ହାଇୱା ଧକ୍‌କାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ ପାଂଠିରୁ ଏହି ସହାୟତା ଦିଆଯିବ । ଏହା ବ୍ୟତୀତ ରେଡକ୍ରସ ପାଂଠିରୁ ୨୦ ହଜାର ଟଙ୍କା ଲେଖାଏଁ ଅନୁକଂପାମୂଳକ ସହାୟତା ପାଇଁ ନୟାଗଡ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଗତକାଲି ଦୁଇଟି ସ୍ଥାନରେ ହାଇୱା ଧକ୍କାରେ ୬ ଜଣଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା ।

Comments are closed.