କରୋନା ଅପଡେଟ୍‌: ଦେଶରେ ଆଉ ୪୪,୪୮୯ ଆକ୍ରାନ୍ତ ଚିହ୍ନଟ, ୫୨୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୪୪,୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ମାମଲା ୯୨ ଲକ୍ଷ ୬୬ ହଜାରକୁ ବୃଦ୍ଧି ପାଇଛି । ଦିନକରେ ଏହି ମହାମାରୀରେ ୫୨୪ ଜଣଙ୍କ ମୃତ୍ୟୁ ହୋଇଛି । କରୋନାରୁ ଆଉ ୩୬,୩୬୭ ଲୋକ ସୁସ୍ଥ ହୋଇଛନ୍ତି । ବିଶ୍ୱରେ ସର୍ବାଧିକ ଆକ୍ରାନ୍ତ ମାମଲାରେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଛି । ମୃତ୍ୟୁ ସଂଖ୍ୟାରେ ଭାରତର ସ୍ଥାନ ହେଉଛି ସପ୍ତମ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସଯାୟୀ, ଦେଶରେ ଗୁରୁବାର ସୁଦ୍ଧା କାରୋନାରେ ୧ ଲକ୍ଷ ୩୫ ହଜାର ୨୨୩ ଲୋକଙ୍କ ମୃତ୍ୟୁ ହୋଇଛି । ମୋଟା ସକ୍ରିୟ ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି । ଦେଶରେ ଏବେ ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ୫୨ ହଜାରରେ ପହଞ୍ଚିଛି । ଏହି ମହାମାରୀରୁ ଏଯାବତ ୮୬ ଲକ୍ଷ ୭୯ ହଜାର ଲୋକ ସୁସ୍ଥ ହୋଇସାରିଛନ୍ତି । ନଭେମ୍ବର ୨୫ ସୁଦ୍ଧା ଦେଶରେ ମୋଟ ୧୩ କୋଟି ୫୫ ଲକ୍ଷ ନମୁନା ପରୀକ୍ଷା କରଯାଇଛି । ଏଥିମଧ୍ୟରୁ ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା । ଭାରତରେ କରୋନା ସଂକ୍ରମଣ ହାର ୭% ରହିଛି ।

Comments are closed.