ଆଇଆଇଏଫଏଲରୁ ଲୁଟ ମାମଲାରେ ନୂଆ ଲିଙ୍କ୍ , ଚୋରି ସୁନା ଲୁଚାଇ ରଖିଥିବା ଅଭିଯୋଗରେ ମାନ୍ନାପୁରମ ଗୋଲ୍ଡ ଲୋନ ମ୍ୟାନେଜରଙ୍କୁ ବିବାହବେଦୀରୁ ଉଠାଇନେଲା ପୋଲିସ, ପଚରାଉଚରା

କଟକ- କଟକ ନୟାସଡକ ଆଇଆଇଏଫଏଲ ସଂସ୍ଥାରୁ ଲୁଟ୍ ଘଟଣାର ନୂଆ ଲିଙ୍କ୍ ସାମନାକୁ ଆସିଛି । ଏହି ମାମଲାରେ ବଜ୍ରକବାଟୀ ମାନ୍ନାପୁରମ ଗୋଲ୍ଡ ଲୋନ୍ ମ୍ୟାନେଜରଙ୍କୁ ଉଠାଇନେଇଛି ପୋଲିସ । ଲୁଟ ସୁନା ଲୁଚାଇ ରଖିବା ମାମଲାରେ ମ୍ୟାନେଜରଙ୍କୁ ପଚରାଉଚରା କରାଯାଉଛି । ମ୍ୟାନେଜରଙ୍କୁ ପୋଲିସ ଉଠାଇ ନେବାରୁ ତାଙ୍କ ବାହାଘର ଅଟକିଯାଇଛି । ବିବାହ ବେଦୀରୁ ମ୍ୟାନେଜରଙ୍କୁ ଉଠାଇ ନେଇଥିଲା କମିଶନରେଟ ପୋଲିସ । କନ୍ୟା ଫେରିଯାଇଥିବାରୁ ବାହାଘର ଅଟକିଛି ।

Comments are closed.