ରାଜ୍ୟରେ ୬୪୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୬୪, ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ୫୦ରୁ କମ୍ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି କୋରୋନା ସଂକ୍ରମଣର ଗ୍ରାଫ୍ ।ଦିନକରେ ଚିହ୍ନଟ ହୋଇଛନ୍ତି ୬୪୪ ନୂଆ ଆକ୍ରାନ୍ତ । ସଂଗରୋଧରୁ ୩୬୯ ଓ ସ୍ଥାନୀୟ ଅଂଚଳରୁ ୨୭୫ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୬୪, ସୁନ୍ଦରଗଡରୁ ୬୨, ଅନୁଗୁଳରୁ ୫୦, ଖୋର୍ଦ୍ଧା ଜିଲ୍ଲାରୁ ୪୯, କେନ୍ଦୁଝରରୁ ୪୨, ନୂଆପଡାରୁ ୩୬, ମୟୂରଭଞ୍ଜରୁ ୩୬, କଳାହାଣ୍ଡିରୁ ୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୧୮ ଓ ପୁରୀରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୩ ଲକ୍ଷ ୮ ହଜାର ୧୦୨ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬ ହଜାର ୭୮୬ ରହିଛି । ଏଣେ ରାଜ୍ୟରେ ଆଉ ୧୭ କୋରୋନା ରୋଗୀ ପ୍ରାଣ ହରାଇଛନ୍ତି ।

Comments are closed.