ରାଜକୋଟ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୫ ମୃତ

ରାଜକୋଟ – ଗୁଜୁରାଟର ରାଜକୋଟ ଜିଲ୍ଲାର କୋଭିଡ ହସ୍ପିଟାଲରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପାଞ୍ଚ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ରାତି ପ୍ରାୟ ଗୋଟେ ରୁ ଦୁଇଟା ମଧ୍ୟରେ ସହରର ଆନନ୍ଦ ବଙ୍ଗଳା ଛକ ନିକଟରେ ଉଦୟ ଶିବାନନ୍ଦ କୋଭିଡ ହସ୍ପିଟାଲର ଆଇସିୟୁ ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି।ହସ୍ପିଟାଲରେ ୩୩ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିଲେ। ଉଦ୍ଧାର ହୋଇଥିବା ରୋଗୀଙ୍କୁ ଅନ୍ୟ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସେପ୍ଟେମ୍ବରରେ ଉଦୟ ଶିବାନନ୍ଦ ହସ୍ପିଟାଲକୁ କୋଭିଡ ସେଣ୍ଟର ଭାବେ ମଞ୍ଜୁରି ଦିଆଯାଇଥିଲା। ଅଗଷ୍ଟରୁ ଏଯାବତ ଗୁଜୁରାଟରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ଏହା ହେଉଛି ଚତୁର୍ଥ ଘଟଣା। କୁହାଯାଉଛି ଯେ ମୃତକଙ୍କ ମଧ୍ୟରୁ କେତେଜଣ ଚିକିତ୍ସା ପାଇଁ ହସ୍ପିଟାଲରେ ଏକ ଲକ୍ଷ ଟଙ୍କା ଜମା କରିଥିଲେ।

Comments are closed.