ଆରବ ସାଗରରେ ଖସିପଡିଲା ମିଗ୍ ବିମାନ, ପାଇଲଟ୍ ନିଖୋଜ

ନୂଆଦିଲ୍ଳୀ – ଭାରତୀୟ ନୌସେନାର ଏକ ମିଗ୍-୨୯କେ ଯୁଦ୍ଧ ବିମାନ ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇଜଣ ପାଇଲଟ୍ ଥିଲେ । ଜଣକୁ ଉଦ୍ଧାର କରଯାଇଥିବା ବେଳେ ଅନ୍ୟ ଜଣେ ପାଇଲଟଙ୍କ ପତ୍ତା ମିଳୁନି । ନିଖୋଜ ପାଇଲଟଙ୍କ ପାଇଁ ସନ୍ଧାନ କାର୍ଯ୍ୟ ଜାରି ରହିଛି । ଏହି ଘଟଣା ଗୁରୁବାର ସନ୍ଧ୍ୟା ୫ଟା ବେଳେ ଘଟିଥିଲା । ଭାରତୀୟ ନୌସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ପାଇଲଟଙ୍କ ଟ୍ରେନିଂ ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହା ପୂର୍ବରୁ ଅନେକ ଥର ମିଗ୍-୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି କାରଣରୁ ଏହାକୁ ‘ଉଡ଼ନ୍ତା କଫିନ୍’ ବୋଲି କୁହାଯାଉଛି ।

Comments are closed.