ଆଇଆଇଏଫଏଲ ଡକାୟତି ଘଟଣାରେ ଆଉ ୨ ଗିରଫ

କଟକ- ନୟାସଡକ ଆଇଆଇଏଫଏଲ ଡକାୟତି ଘଟଣାରେ ଆଉ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ସୁନା ଗହଣା ଦୋକାନର ମାଲିକ । ସେମାନେ ହେଲେ ସରୋଜ ପୃଷ୍ଟି ଓ ଲଳିତ ସୋନି । ଏମାନେ ଆଇଆଇଏଫଏଲ ଡକାୟତି ଘଟଣାର ମାଷ୍ଟରମାଇଣ୍ଡ୍ ଲାଲା ଅମ୍ରିତ ରାୟର ସହଯୋଗୀ । ଗିରଫ ଦୁଇ ଜଣଙ୍କୁ ପରେ କୋର୍ଟ ଚାଲାଣ କରାଯାଇଥିଲା । ସେପଟେ ରିମାଣ୍ଡରେ ଆସିଥିବା ୫ ଅଭିଯୁକ୍ତଙ୍କୁ ପୋଲିସ ସାଲେପୁର ସ୍ଥିତ କେନ୍ଦ୍ରାପଡା କେନାଲରେ ଫିଙ୍ଗାଯାଇଥିବା ମୋବାଇଲ୍ ଖୋଜାଖୋଜି କରିଛି ।

ଅଭିଯୁକ୍ତମାନେ ସୁନା ନେଇ ଫେରାର ହେଉଥିବା ବେଳେ ଆଇଆଇଏଫଏଲ କର୍ମଚାରୀଙ୍କ ମୋବାଇଲ ଛଡାଇ ନେଇଥିଲେ । ମୋବାଇଲଗୁଡିକୁ କେନ୍ଦ୍ରାପଡା କେନାଲରେ ଫିଙ୍ଗିଦେଇଥିବା ସେମାନେ ପୋଲିସକୁ କହିଥିଲେ । ତେଣୁ ମୋବାଇଲଗୁଡିକ ଖୋଜିବା ପାଇଁ ଅଭିଯୁକ୍ତଙ୍କୁ କେନାଲ ପାଖକୁ ନିଆଯାଇ ଖୋଜାଖୋଜି କରାଯାଇଥିଲା । କିନ୍ତୁ କୌଣସି ଫୋନ୍ ମିଳିନାହିଁ ।

Comments are closed.