ସମ୍ବଲପୁରରେ ଜାଲ୍ ନୋଟ ରାକେଟ ଠାବ, ପ୍ରିଂଟି ମେସିନ ସହ ତିନି ଅଭିଯୁକ୍ତ ଗିରଫ

ସମ୍ବଲପୁର – ରାଜ୍ୟରେ ପୁଣି ଥରେ ଜବତ ହୋଇଛି ନକଲି ନୋଟ୍ । ସମ୍ବଲପୁରରେ ପୋଲିସ ଏକ ଜାଲ ନୋଟ୍ ରାକେଟ ଠାବ କରିଛି । ସମ୍ବଲପୁର ବାମରାରୁ ୯୬ ହଜାରରୁ ଅଧିକ ଟଙ୍କା ମୂଲ୍ୟର ୯୨୭ଟି ଜାଲ୍ ନୋଟ୍ ଜବତ କରାଯାଇଛି । ବାମରା ପେଟ୍ରୋଲ ପମ୍ପରେ ନୋଟ ଦେବା ବେଳେ ଜଣେ ଅଭିଯୁକ୍ତ ଧରାପଡିଛି । ପରେ ଅଭିଯୁକ୍ତର ଠିକଣା ଉପରେ ଚଢାଉ କରିି ବନହରପାଲି ପୋଲିସ କଲର ପ୍ରିଂଟି ମେସିନ, ମୋଟର ସାଇକେଲ ଓ ମୋବାଇଲ ଜବତ କରିବା ସହ ମୋଟ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଦୁଇ ଦିନ ତଳେ କୋରାପୁଟ ସେମିଳିଗୁଡାରୁ ଜାଲ୍ ନୋଟ ଜବତ କରାଯାଇ ଜଣକୁ ଗିରଫ କରାଯାଇଥିଲା ।

Comments are closed.