ଧାରା ୩୭୦ ହଟିବା ପରେ ଜାମ୍ମୁକାଶ୍ମୀରରେ ପ୍ରଥମ ଥର ନିର୍ବାଚନ, ଜିଲ୍ଲା ବିକାଶ ପରିଷଦ ପାଇଁ ଚାଲିଛି ମତଦାନ

ଶ୍ରୀନଗର – ଜାମ୍ମୁକାଶ୍ମୀରରେ ଆରମ୍ଭ ହୋଇଛି ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନ । ଏଥିପାଇଁ ସବୁ ୪୩ଟି ଆସନରେ ଶନିବାର ସକାଳ ୯ରୁ ମତଦାନ ଜାରି ରହିଛି । ଧାରା ୩୭୦ ରଦ୍ଦ କରାଯିବା ପରେ ପ୍ରଥମ ଥର ଲାଗି ଜାମ୍ମୁକାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଆତଙ୍କବାଦୀଙ୍କ ଭୟ ଓ ପ୍ରବଳ ଥଣ୍ଡାକୁ ଭ୍ରୂକ୍ଷେପ ନ କରି ବହୁ ସଂଖ୍ୟାରେ ଲୋକ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି । ଡିଡିସି ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମୋଟ ୪୩ଟି ଆସନ ମଧ୍ୟରୁ ଜମ୍ମୁରେ ୧୮ ଓ କାଶ୍ମୀରରେ ୨୫ ଆସନରେ ମତଦାନ ଚାଲିଛି । ମଧ୍ୟାହ୍ନ ୧୨ଟା ସୁଦ୍ଧା ୩୦%ରୁ ଊର୍ଦ୍ଧ୍ୱ ମତଦାନ ହୋଇଛି । ଡିଡିସି ନିର୍ବାଚନ ସହ କିଛି ପଞ୍ଚାୟତରେ ଉପନିର୍ବାଚନ ମଧ୍ୟ ଚାଲିଛି । ଜାମ୍ମୁକାଶ୍ମୀରରେ ଡିଡିସି ନିର୍ବାଚନ ଆଠଟି ପର୍ଯ୍ୟାୟରେ ହେବାକୁ ଥିବା ବେଳେ ମୋଟ ୧୪୭୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

Comments are closed.