ନାଗାର୍ଜୁନ ବେଶରେ ଲାଗି ହୋଇଥିବା ସୂର୍ଯ୍ୟ,ଚନ୍ଦ୍ର ବାହାରକୁ ଯାଇଥିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ପ୍ରଶାସକ

ପୁରୀ- ନାଗାର୍ଜୁନ ବେଶରେ ଲାଗି ହୋଇଥିବା ସୂର୍ଯ୍ୟ, ଚନ୍ଦ୍ରକୁ ଶ୍ରୀମନ୍ଦିର ବାହାରକୁ ନିଆଯିବା ନେଇ ବିବାଦ ସୃଷ୍ଟି ହୋଇଛି । ମନ୍ଦିର ବାହାରକୁ ଠାକୁରଙ୍କ ବେଶ ନିଆଯାଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ନିର୍ଦ୍ଦେଶ ଦେଇଛନ୍ତି ।

ଏହାର ଯାଂଚ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ନୀତି ପ୍ରଶାସକ । ଚନ୍ଦ୍ର ଓ ସୂର୍ଯ୍ୟ କେଉଁଠି ରଖାଯାଇଥିଲା ଓ ଏହା ବାହାରକୁ ଯାଇଥିଲା କି ନାହିଁ ତାହାର ଯାଂଚ କରାଯିବ । ବେଶ ଯୋଗାଇଥିବା ବଳରାମ ଖୁଂଟିଆଙ୍କୁ ପଚରାଉଚରା କରାଯିବ । ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କମାଣ୍ଡରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.