ବିରଳ କାର୍ଯ୍ୟାନୁଷ୍ଠାନ, ଜନବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର- ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ଜେଲ ଯାଇଥବା ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ସହ ସଂପର୍କ ଥିବା ସାମନାକୁ ଆସିଥିଲା । ବିଜେଡି ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି ବିଜେଡି ସଭାପତି ନବୀନ ପଟ୍ଟନୟକଙ୍କ ନିର୍ଦ୍ଦେଶ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ବହିଷ୍କାର କରାଯାଇଛି ।

ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ବୋଧହୁଏ ଏଭଳି ହୋଇଛି ଯେ ଜଣେ ବିଧାୟକଙ୍କୁ ଦଳବିରୋଧୀ ନୁହେଁ, ବରଂ ଜନବିରୋଧୀ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦଳରୁ ବହିଷ୍କାର କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଅଭୟକାନ୍ତଙ୍କ ପୁଅ ଆକାଶ ସହ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ବିବାହ ହେବାର ଥିଲା ।

Comments are closed.