ରାଜ୍ୟରେ ଦ୍ରୁତଗତିରେ ନିମ୍ନଗାମୀ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା, ଦିନକରେ ମାତ୍ର ୫୧୮ ନୂଆ ମାମଲା

ଭୁବନେଶ୍ୱର- ରାଜ୍ୟରେ ଦ୍ରୁତଗତିରେ ନିମ୍ନଗାମୀ ହେବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୧୮ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୯୭ ଓ ସ୍ଥାନୀୟ ଅଂଚଳରୁ ୨୨୧ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨, ମୟୂରଭଞ୍ଜ ଜିଲ୍ଲାରୁ ୪୯, କଟକରୁ ୪୫, ଖୋର୍ଦ୍ଧାରୁ ୪୦, ବଲାଙ୍ଗିରରୁ ୩୭, ଅନୁଗୁଳରୁ ୩୬,ବାଲେଶ୍ୱରରୁ ୨୬, ନୂଆପଡାରୁ ୨୩ ଓ ପୁରୀରୁ ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୧୫ ଓ ଗଞ୍ଜାମ ଜିଲ୍ଲାରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୩୦୭କୁ ବୃଦ୍ଧି ପାଇଛି । ୩ ଲକ୍ଷ ୧୦ ହଜାର ୫୪୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ବି ୫ ହଜାର ୯୭୧ ରୋଗୀ ଚିକିତ୍ସାଧୀନ ଅଛନ୍ତି । ସେପଟେ ଦୈନିକ ମୃତ୍ୟସଂଖ୍ୟା ମଧ୍ୟ ହ୍ରାସ ପାଇଛି । ୨୪ ଘଂଟାରେ ୪ ଜଣ ପ୍ରାଣ ହରାଇଛନ୍ତି ।

Comments are closed.