ଗଜପତି ଜିଲ୍ଲାରେ ୨ଦିନରେ ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ, ୨୬ ଶିକ୍ଷକ,୨ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟତିନି ସଂକ୍ରମିତ

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲାରେ ମାତ୍ର ୨ ଦିନରେ ୩୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୨୬ ଜଣ ଶିକ୍ଷକ ଓ ୨ ଜଣ ଛାତ୍ରଛାତ୍ରୀ । ଅନ୍ୟ ତିନି ଜଣ ବି ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମୋହନାରୁ ୧୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟକିଛି ସ୍ଥାନରୁ ୧୪ ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି ।

କିଛି ଦିନ ପୂର୍ବେ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲା । ମାତ୍ର ହଠାତ ଦୁଇ ଦିନରେ ୩୧ ଜଣ କୋରୋନା ପଜିଟିଭ ଚିହ୍ନଟ ହେବାପରେ ଚିନ୍ତା ବଢିଛି ।

Comments are closed.