ରାଜ୍ୟରେ ନୂଆ ୨ ହଜାର ୮୧୯ କୋରୋନା ପଜିଟିଭ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୪୩ , କଟକରୁ ୨୫୭

ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ମୋଟ ୨ ହଜାର ୮୧୯ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ କେନ୍ଦ୍ରରୁ ୧ ହଜାର ୬୯୧ ଚିହ୍ନଟ ହୋଇଥିଲା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୧ ହଜାର ୧୨୮ । ନୂଆ ତାଲିକାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୪୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୫୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ପ୍ରଥମ ଥର ପାଇଁ ମୟୂରଭଂଜ ଜିଲ୍ଲାରୁ ୨ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ମୟୂରଭଂଜ ଜିଲ୍ଲାରୁ ୨୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରେ ଲଗାତର ଦ୍ୱିତୀୟ ଦିନ ଧରି ୨ ଶହରୁ କମ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ୧୯୨ଟି ମାମଲା ପଂଜୀକୃତ ହୋଇଛି । ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରୁ ବାଲେଶ୍ୱରରୁ ୧୦୫, ବରଗଡରୁ ୧୩୬, ଢେଙ୍କାନାଳରୁ ୧୦୦ , ପୁରୀରୁ ୧୦୯, ରାୟଗଡାରୁ ୧୪୭ ଓ ସମ୍ବଲପୁର ଜିଲ୍ଲାରୁ ୧୪୫ ନୂଆ ଆକ୍ରାନ୍ତ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ।

ଓଡିଶାରେ ମୋଟ ପଜିଟିଭଙ୍କ ସଂଖ୍ୟା ୭୫ ହଜାର ୫୩୭ ହୋଇଛି । ଏଥିମଧ୍ୟରୁ ୨୪ ହଜାର ୫୮୨ ହେଉଛି ସକ୍ରିୟ ମାମଲା । ଏ ଯାଏଁ ୫୦ ହଜାର ୫୦୩ ଜଣ ସୁସ୍ଥ ହୋଇସାରିଲେଣି । ଶୁକ୍ରବାର ସୁଦ୍ଧା ୧୨ ଲକ୍ଷ ୩୩ ହଜାର ୮୦୫ କୋରୋନା ଟେଷ୍ଟିଂ ହୋଇସାରିଛି ।

Comments are closed.