ଅନଲାଇନରେ ଶ୍ରୀମନ୍ଦିର ନିର୍ମାଲ୍ୟ ବିକ୍ରି ଅଭିଯୋଗ, ଥାନାରେ ଏତଲା

ପୁରୀ- ଇ କମର୍ସ ପ୍ଲାଟଫର୍ମ ଆମାଜନରେ ଶ୍ରୀମନ୍ଦିରର ପବିତ୍ର ନିର୍ମାଲ୍ୟ ବିକ୍ରି ହେଉଥିବା ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆମାନରେ ନିର୍ମାଲ୍ୟ ବିକ୍ରି କରାଯାଉଥିବା ନେଇ ଶମ୍ଭୁନାଥ ଖୁଂଟିଆ ନାମକ ଜଣେ ଶ୍ରୀମନ୍ଦିର ସେବାୟତ ଥାନାରେ ଏତଲା ଦାୟର କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ନିର୍ମାଲ୍ୟ ଆମାଜନରେ ଖୁବ୍ ଚଢା ଦରରେ ବିକ୍ରି ହେଉଥିବା ସେ ଅଭିଯୋଗ କରିଛନ୍ତି । ଏ ନେଇ ସଂପୃକ୍ତ ସେବାୟତ ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯିଏ ବି ଏହି କାର୍ଯ୍ୟରେ ଦୋଷୀ, ତାକୁ ଦଣ୍ଡ ମିଳିବା ଜରୁରୀ ବୋଲି ଖୁଂଟିଆ କହିଛନ୍ତି । ଅନଲାଇନ ବିକ୍ରି ପାଇଁ ଆମାଜନ ଅନୁମତି ନେଇନାହିଁ ବୋଲି ଶ୍ରୀମନ୍ଦିରର ନୀତି ପ୍ରଶାସକ କହିଛନ୍ତି ।

Comments are closed.