ନୟାଗଡ ନାବାଳିକା ମୃତ୍ୟୁ ମାମଲାର ଏସଆଇଟି ଯାଂଚ ନିଷ୍ପତିକୁ ବିଜୟଙ୍କ ସମର୍ଥନ

ଭୁବନେଶ୍ୱର- ନୟାଗଡ ନାବାଳିକା ମୃତ୍ୟୁ ମାମଲାରେ ହାଇକୋର୍ଟ ତଦାରଖରେ ଏସଆଇଟି ଯାଂଚ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ସମର୍ଥନ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ହାଇକୋର୍ଟଙ୍କ ତଦାରଖରେ ମାମଲାର ଏସଆଇଟି ଯାଂଚ ନିର୍ଦ୍ଦେଶ ଦେଇ ରାଜ୍ୟ ସରକାର କିଛି ଭୁଲ୍ କରିନାହାନ୍ତି । ସିବିଆଇ ଠାରୁ ଏସଆଇଟି ଯାଂଚ ଭଲ ହେବ । ଏହା ତାଙ୍କ ବ୍ୟକ୍ତିଗତ ମତ ବୋଲି ବିଜୟ କହିଛନ୍ତି । ଏସଆଇଟି ତଦନ୍ତରେ ଅଧିକ ସ୍ୱଚ୍ଛତା ଆସିବ ବୋଲି ବିଜୟ କହିଛନ୍ତି । ରାଜ୍ୟବାସୀ ହାଇକୋର୍ଟ ଉପରେ ଭରସା ରଖିବା ଦରକାର ବୋଲି ବିଜୟ କହିଛନ୍ତି ।

Comments are closed.