ଡିସେମ୍ବର ପାଇଁ ରାଜ୍ୟ ସରକାରଙ୍କ କୋରୋନା ଗାଇଡଲାଇନ୍ସ

ଭୁବନେଶ୍ୱର- ଡିସେମ୍ବର ପାଇଁ ରାଜ୍ୟ ସରକାରଙ୍କ କୋରୋନା ଗାଇଡଲାଇନ ଜାରି ହୋଇଛି । ଡିସେମ୍ବର ୩୧ତାରିଖ ଯାଏଁ କେବଳ କଂଟେନମେଂଟ୍ ଜୋନରେ ଜାରି ରହିବ ଲକଡାଉନ୍ । ଡିସେମ୍ବର ପହିଲାରୁ ( ମଙ୍ଗଳବାର ) ରାଜ୍ୟରେ ମେଡିକାଲ କଲେଜ ଖୋଲିବ । ଧାର୍ମିକ ଅନୁଷ୍ଠାନ ଖୋଲିବା ନିଷ୍ପତି ସ୍ଥାନୀୟ ପ୍ରଶାସନ ନେବେ । ବିବାହ ଉତ୍ସବରେ ଶୋଭାଯାତ୍ରା ମନା ହୋଇଛି । ୨ ଶହରୁ ଅଧିକ ଲୋକ ଏକାଠି ହେବାକୁ ମନା ହୋଇଛି । ଡିସେମ୍ବରରେ ହେବାକୁ ଥିବା ତୋଷାଳୀ ମେଳା, ଶିରିଶ ସରସ ମେଳା ଏଥର ବନ୍ଦ ରହିବ । ଅଙ୍ଗନବାଡି କେନ୍ଦ୍ର, ସିନେମା ହଲ୍‌, ଥିଏଟର, ସୁଇମିଂ ପୁଲ ବନ୍ଦ ରହିବ । ଅନଲାଇନ୍ ପାଠପଢା ଓ ପରୀକ୍ଷା ପାଇଁ ଲାଗୁ ହେବନି କଟକଣା ।

Comments are closed.