ଶିବସେନାରେ ଯୋଗଦେଲେ ଉର୍ମିଳା

ମୁମ୍ବାଇ – ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଆଜି ଶିବସେନାରେ ଯୋଗ ଦେଇଛନ୍ତି । ସଭାପତି ଉଦ୍ଧବ ଠାକରେ ଓ ତାଙ୍କ ପତ୍ନୀ ରଶ୍ମୀ ଠାକରେ ଏବଂ କିଛି ଦଳୀୟ ନେତାଙ୍କ ଉପସ୍ଥିତିରେ ଉର୍ମିଳା ଶିବସେନାରେ ସାମିଲ ହୋଇଛନ୍ତି । ଉତ୍ତର ମୁମ୍ବାଇରୁ କଂଗ୍ରେସ ଟିକେଟରେ ଉର୍ମିଳା ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ । ତେବେ ସେ ବିଜେପିର ଗୋପାଳ ସେଟ୍ଟୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଆଭ୍ୟନ୍ତରୀଣ କନ୍ଦଳ ଓ ବରିଷ୍ଠ ନେତାମାନଙ୍କ ଠାରୁ ସମର୍ଥନ ମିଳୁନଥିବା ଦର୍ଶାଇ ଚଳିତ ବର୍ଷ ସେପ୍ଟେମ୍ବରରେ ଉର୍ମିଳା ଦଳ ଛାଡ଼ିଥିଲେ ।

ଶିବସେନାରେ ଯୋଗଦେଇ ସେ ଏବେ ତାଙ୍କ ରାଜନୈତିକ କ୍ୟାରିୟରର ନୂଆ ଇନିଂସ ଆରମ୍ଭ କରିଛନ୍ତି । ଉପହରା ସ୍ୱରୂପ ଶିବସେନା ଉର୍ମିଳାଙ୍କୁ ବିଧାନ ପରିଷଦ ସଦସ୍ୟ କରିବାକୁ ପ୍ରସ୍ତୁତି କରୁଥିବା ଜଣାଯାଇଛି ।

Comments are closed.