ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ, ୧ ଲକ୍ଷ ୫୮ ହଜାର ୫୪୦ ନାମଲେଖା ପାଇଁ ମନୋନୀତ, ଅଧିକାଂଶ ଅନର୍ସ ବିଷୟରେ ବିଜେବି କଲେଜ ଆଗୁଆ

ଭୁବନେଶ୍ୱର- ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ଆଡମିସନ ପାଇଁ ୧ ଲକ୍ଷ ୫୮ ହଜାର ୫୪୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଆସନ୍ତାମାସ ପହିଲା ସୁଦ୍ଧା ସେମାନେ ଅନଲାଇନରେ ଫି ଦାଖଲ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ଅଧିକାଂଶ ଅନର୍ସ ବିଷୟରେ ବିଜେବି କଲେଜ ଆଗରେ ରହିଛି । ଫିଜିକ୍ସରେ ୯୫ ପ୍ରତିଶତ, କେମିଷ୍ଟ୍ରିରେ ୯୪ ଦଶମିକ ୬ ପ୍ରତିଶତ, ମ୍ୟାଥମେଟିକ୍ସରେ ୯୫ ଦଶମିକ ୨ ପ୍ରତିଶତ,ଜିଓଗ୍ରାଫିରେ ୯୩ ପ୍ରତିଶତ ଓ ବାଣିଜ୍ୟରେ ୯୮ ଦଶମିକ ୬୭ ପ୍ରତିଶତ ସହ ବିଜେବି କଲେଜ ଆଗରେ ରହିଛି ।

କାଲିଠୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । । ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ ।

Comments are closed.