ଚାଷୀଙ୍କ ପାଖରେ ଅଧିକ ଧାନ ରହିଲେ ବି ସରକାର କିଣିବେ : ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର- ରାଜ୍ୟରେ ଗତ ଦୁଇ ଦିନ ଧରି ଚାଷୀଙ୍କଠାରୁ ଧାନ କିଣା ଆରମ୍ଭ ହୋଇଛି । ବର୍ତମାନ ସୁଦ୍ଧା ୪୬ ହଜାର ୬ ଶହ ମେଟ୍ରିକ ଟନ୍ ଧାନ କିଣାଯାଇଛି । ବରଗଡ, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରେ ଧାନ କିଣାଯାଇଛି । ଯଦି ଚାଷୀଙ୍କ ପାଖରେ ଅଧିକ ଧାନ ରହିଲେ ମଧ୍ୟ ସରକାର ତାହା କିଣିବା ପାଇଁ ବ୍ୟବସ୍ଥା କରିବେ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ପଂଜିକରଣ କରିଥିବା ଚାଷୀଙ୍କୁ ଟୋକନ ଦିଆଯାଉଛି । ଚଳିତବର୍ଷ ରେକର୍ଡ ପରିମାଣର ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । କୌଣସିଠାରେ କିଛି ବି ଅବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.