ରେକର୍ଡ ସ୍ତରରେ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ – ଦେଶରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଚଳିତ ସପ୍ତାହରେ ଚତୁର୍ଥ ଥର ତୈଳ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨୫ ପଇସା ବଢ଼ିଛି । ଏଥିସହ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୫.୭୦ ଟଙ୍କା ହୋଇଥିବା ବେଳେ ଡିଜେଲ ମୂଲ୍ୟ ୭୫.୮୮ ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୨.୨୮ ଟଙ୍କା ଓ ଡିଜେଲ ୮୨.୬୬ ଟଙ୍କାରେ ପହଞ୍ଚିଛି । କ୍ରମାଗତ ଦ୍ୱିତୀୟ ଦିନ ଏବଂ ଚଳିତ ସପ୍ତାହରେ ମୋଟ ଚତୁର୍ଥ ଥର ପାଇଁ ତୈଳ ଦର ବଢ଼ିଛି । କେବଳ ଚଳିତ ସପ୍ତାହରେ ତୈଳଦର ଲିଟର ପିଛା ୧ ଟଙ୍କା ବଢ଼ିଛି । ଦେଶରେ ତୈଳ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଗ୍ରାହକଙ୍କ ଉପରେ ଏହାର ପ୍ରଭାବ କମ୍ କରିବା ଲାଗି ଉତ୍ପାଦନ ଶୁଳ୍କ ହ୍ରାସ କରିବାକୁ ଦାବି ହୋଇଛି ।

କ୍ରମାଗତ ତୈଳ ଦର ବୃଦ୍ଧି ପାଇଁ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବକୁ ଦାୟୀ କରିଛନ୍ତି । ବିଶ୍ୱର ବୃହତ ତୈଳ ଉତ୍ପାଦନକାରୀ ଦେଶ ସାଉଦି ଆରବ ତୈଳ ଉତ୍ପାଦନ କମ୍ କରିଦେଇଥିବାରୁ ଏହାର ପ୍ରଭାବ ଅନ୍ତର୍ଜାତୀୟ ତୈଳଦର ଉପରେ ପଡ଼ୁଛି ବୋଲି ଧମେନ୍ଦ୍ର କହିଛନ୍ତି । କିନ୍ତୁ ପେଟ୍ରୋଲ ଓ ଡିଜେଲ ଦର ଉପରେ ଟିକସ କମାଇବାକୁ ମନା କରିଛନ୍ତି ।

Comments are closed.