ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୬୬ ରନରେ ହାରିଲା ଭାରତ

ସିଡନୀ- ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି ।ଏହି ବିଜୟ ସହ ସିରିଜରେ ୧-୦ରେ ଆଗୁଆର ରହିଛି ଘରୋଇ ଦଳ । ସିରିଜରେ ଆଉ ଦୁଇଟି ମ୍ୟାଚ ଖେଳାଯିବ । ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଭାରତ ପାଇଁ ୩୭୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ।

ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ମାତ୍ର ୩୦୮ ରନ୍ ହିଁ କରିପାରିଥିଲା । ନବଦୀପ ସୈନି ୨୯ ଓ ବୁମରା କୌଣସି ରନ୍ ନ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୯୦ ରନ୍ କରିଥିବା ବେଳେ ଶିଖର ଧାୱନ ୭୪ ରନ୍ କରିଥିଲେ । ଭାରତର ମଧ୍ୟମପନ୍ଥୀ ବ୍ୟାଟିଂ ଫେଲ୍ ମାରିଥିଲା । କୋହଲୀ ୨୧, ଆୟର ୨ ଓ ରାହୁଲ ୧୨ ରନ୍ କରି ଆଉଟ୍ ହୋଇଥିଲେ । ପଂଚମ ୱିକେଟରେ ଧାୱନ ଓ ପାଣ୍ଡ୍ୟା ୧୨୮ ରନ୍ ଯୋଗ କରିଥିଲେ । କିନ୍ତୁ ଧାୱନ ଓ ପାଣ୍ଡ୍ୟା ଆଉଟ ହେଲା ପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା । ଘରୋଇ ଦଳ ପକ୍ଷରୁ ଆଡାମ ଜାମ୍ପା ୫୪ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ ନେଇଥିଲେ ।

ପୂର୍ବରୁ ଅଧିନାୟକ ଆରୋନ ଫିଂଚ୍ ଓ ଷ୍ଟିଭ ସ୍ମିଥଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୫୦ ଓଭରରେ ୬ ୱିକେଟ ହରାଇ ୩୭୪ ରନ୍ କରିଥିଲା । ଫିଂଚ ୧୧୪ ଓ ସ୍ମିଥ ୧୦୫ ରନ୍ କରିଥିଲେ । ୱାର୍ନର ୬୯ ରନ୍ କରିଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ଦଳ । ଭାରତ ପକ୍ଷରୁ ସାମି ସର୍ବାଧିକ ୩ଟି ୱିକେଟ ନେଇଥିଲେ ।

Comments are closed.