ମହାପ୍ରଭୁଙ୍କ ନାଗାର୍ଜୁନ ‘ବେଶ ଓଲାଗି’ ନୀତି ଶେଷ, ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରଖାଯିବ ବେଶ

ପୁରୀ- ଦୀର୍ଘ ୨୬ ବର୍ଷ ପରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହେଲା ପରେ ଅପରାହ୍ନରେ ପରମ୍ପରା ଅନୁସାରେ ‘ବେଶ ଓଲାଗି’ କରାଯାଇଛି । ସୂଚନା ଅନୁସାରେ ଅପରାହ୍ନ ୪ଟାରେ ତିନିଦିଅଁଙ୍କଠାରେ ଲାଗି ହୋଇଥିବା ନାଗାର୍ଜୁନ ବେଶକୁ ଓହ୍ଲାଇ ଦିଆଯାଇଛି । ଏହାକୁ ‘ବେଶ ଓଲାଗି’ ନୀତି କୁହାଯାଏ ।

ପ୍ରଚଳିତ ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଓଲାଗି ହେବା ପରେ ଏହାକୁ ଯଜମାନ ତଥା ବେଶ ପ୍ରସ୍ତୁତକାରୀମାନେ ନେଇଯାଇଥାଆନ୍ତି । କିନ୍ତୁ ଏଥର ଏହି ଦୁର୍ଲଭ ବେଶ ଶ୍ରୀମନ୍ଦିର ପ୍ରଶାସନର ତତ୍ୱାବଧାନରେ ରହିବ । ଏହାକୁ ଜଗନ୍ନାଥ ବଲ୍ଲଭଠାରେ ନିର୍ମିତ ହେଉଥିବା ସଂଗ୍ରହାଳୟରେ ରଖାଯିବ । କୋଭିଡ କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବା ଦୃଷ୍ଟିରୁ ବେଶକୁ ପରବର୍ତୀ ସମୟରେ ଜନସାଧାରଣଙ୍କ ଦର୍ଶନ ଲାଗି ସାଇତା ଯିବା ଲାଗି ନିଷ୍ପତି ହୋଇଥିବା କୁହାଯାଇଛି ।

Comments are closed.