ଆସନ୍ତାକାଲି ପୋଲିସ ଓ ପ୍ରାଶାସନିକ ଅଧିକାରୀମାନେ ନେବେ କୋରୋନା ଟିକା, ଟିକା ନେବାବେଳର ଫଟୋ ଟ୍ୱିଟ୍ କରିବେ

ଭୁବନେଶ୍ୱର-ଆସନ୍ତାକାଲି ରାଜ୍ୟରେ ଆଗଧାଡିର କୋରୋନା ଯୋଦ୍ଧାମାନଙ୍କୁ ଦିଆଯିବ ଟିକା । ଏ ସଂପର୍କରେ ସବୁ ଜିଲ୍ଲାପାଳ, ପୌର କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଚିଠି ଲେଖି ଅବଗତ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଆସନ୍ତାକାଲି ସମସ୍ତ ବରିଷ୍ଠ ଅଧିକାରୀ ଟିକା ଗ୍ରହଣ କରିବେ । ପୋଲିସ ମହାନିର୍ଦ୍ଦେଶକ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନେ ଟିକା ନେବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟିକାକରଣ ଷ୍ଟିଅରିଂ ବୈଠକରେ ନିଷ୍ପତ୍ତି ହୋଇଥିଲା । ଟିକା ନେବା ବେଳର ଫଟୋ ଟ୍ୱିଟ୍ କରିବେ ସବୁ ଅଧିକାରୀ । ଅନ୍ୟମାନଙ୍କ ମନୋବଳ ବଢାଇବା ପାଇଁ ସେମାନେ ଫଟୋ ଟ୍ୱିଟ୍ କରିବେ ।

Comments are closed.