ନବରଙ୍ଗପୁର ଜିଲ୍ଲାରେ ବିଜେଡିର ମିଶ୍ରଣ ପର୍ବ, ବିଜେପି ଓ କଂଗ୍ରସର ତିନି ହଜାର କର୍ମୀ ଦଳରେ ମିଶିଲେ

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲାର କଂଗ୍ରେସ ଓ ବିଜେପିର ହଜାର ହଜାର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ ଆୟୋଜିତ ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେପିର କର୍ମୀମାନେ ବିଜେଡିରେ ଯୋଗ ଦେଇଥିଲେ । କଂଗ୍ରେସର ତିନି ଥର ବିଧାୟକ ପ୍ରାର୍ଥୀ ଯତୀନ୍ଦ୍ର ଗଣ୍ଡ, ତାଙ୍କ ପତ୍ନୀ ତଥା ଗତ ନିର୍ବାଚନରେ ଉମରକୋଟ ଆସନରେ ଲଢିଥିବା ଯୋଶଦା ଗଣ୍ଡ, କଂଗ୍ରେସ ସମର୍ଥିତ ପୂର୍ବତନ ସରପଂଚ, ପୂର୍ବତନ ସମିତି ସଭ୍ୟଙ୍କ ସମେତ ପ୍ରାୟ ତିନି ହଜା କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ମିଶିଛନ୍ତି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଓ ବିଜେପିର କର୍ମୀମାନେ ବିଜେଡିରେ ମିଶିଛନ୍ତି ।

Comments are closed.