ସଚିବସ୍ତରୀୟ ଟିମ୍ ର ଲୋୟର ସୁକତେଲ ପ୍ରକଳ୍ପର ସମୀକ୍ଷା

ବଲାଙ୍ଗିର: ଲୋୟର ସୁକତେଲ ପ୍ରକଳ୍ପର ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିନିଲ କ୍ରିଷ୍ନା, ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏବଂ ଜଳସମ୍ପଦ ବିଭାଗର ଉଚ୍ଚସ୍ତରୀୟ ଅଧିକାରୀଗଣ ହରିଶଙ୍କର ଏବଂ ନୃୁସିଂହନାଥ ମନ୍ଦିର ପରେ ଲୋୟର ସୁକତେଲ ପ୍ରକଳ୍ପର ସମୀକ୍ଷା କରିଛନ୍ତି ସଚିବସ୍ତରୀୟ କମିଟି ।

ମୁଖ୍ୟ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭିନିଲ କ୍ରୀଷ୍ଣା ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟଖ୍ୟ ଅସିତ ତ୍ରିପାଠୀ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନକୁ ଯାଇ ଅନୁଧ୍ୟାନ କରିଛନ୍ତି ।

ପ୍ରକଳ୍ପ ନେଇ ଜଳସଂପଦ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିସ୍ଥାପନ ଓ ଥଇଥାନ କାମର ସମୀକ୍ଷା କରିଛନ୍ତି ! ଏହାଛଡା ପ୍ରକଳ୍ପ କାମ ଶୀଘ୍ର ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି ।

ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରଣାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି ।

Comments are closed.