ଓଡିଶା କ୍ୟାଡରର ଦୁଇ ଆଇପିଏସ ଅଫିସରଙ୍କୁ କେନ୍ଦ୍ରରେ ମିଳିବ ଏଡିଜି ପାହ୍ୟା, ସୁଧାଂଶୁ ଷଡଙ୍ଗୀ ଓ ଯୋଗେଶ ଖୁରାନିଆ ତାଲିକାଭୁକ୍ତ

ଭୁବନେଶ୍ୱର- ଓଡିଶା କ୍ୟାଡରର ଦୁଇ ଆଇପିଏସ ଅଫିସରଙ୍କୁ କେନ୍ଦ୍ରରେ ମିଳିବ ଏଡିଜି ପାହ୍ୟା । କେନ୍ଦ୍ରୀୟ ଡେପୁଟେସନରେ ଗଲେ ସେମାନଙ୍କୁ ମିଳିବ ଏଡିଜି ପାହ୍ୟା । କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଏଡିଜି ପାହ୍ୟାକୁ ଅନୁମୋଦନ କରିଛି । ଆଇପିଏସ ସୁଧାଂଶୁ ଷଡଙ୍ଗୀ ଓ ଯୋଗେଶ ବାହାଦୂର ଖୁରାନିଆଙ୍କୁ ତାଲିକାଭୁକ୍ତ କରାଯାଇଛି । ଉଭୟ ଯୋଗେଶ ଓ ସୁଧାଂଶୁ ଓଡିଶା କ୍ୟାଡର ୧୯୯୦ ବ୍ୟାଚର ଆଇପିଏସ ଅଫିସର । ଯୋଗେଶ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ଓ ସୁଧାଂଶୁ ଟ୍ୱିନସିଟିର ପୋଲିସ କମିଶନର ଅଛନ୍ତି ।

Comments are closed.