ରାଜ୍ୟରେ ଦିନକରେ ୩ ହଜାର ୪୪୩ କୋରୋନା ରୋଗୀ ସୁସ୍ଥ, ଖୋର୍ଧା ଜିଲ୍ଲାରୁ ରେକର୍ଡ ୯୫୧ ସୁସ୍ଥ

ଭୁବନେଶ୍ୱର – ରାଜ୍ୟରେ ଦିନକରେ ସୁସ୍ଥ ହୋଇଛନ୍ତି ୩ ହଜାର ୪୪୩ କୋରୋନା ରୋଗୀ । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ସୁସ୍ଥ ହୋଇଛନ୍ତି ରେକର୍ଡ ୯୫୧ ଜଣ ରୋଗୀ । କଟକରୁ ୨୫୧, ମୟୂରଭଂଜରୁ ୨୧୩, ଭଦ୍ରକରୁ ୧୬୪ ,ଢେଙ୍କାନାଳରୁ ୧୬୧ , ରାୟଗଡାରୁ ୧୫୪ ଓ ଗଂଜାମରୁ ୧୪୮ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୧୪୪, ବାଲେଶ୍ୱରରୁ ୧୩୭, ନୟାଗଡରୁ ୧୧୭ ,କୋରାପୁଟରୁ ୧୧୦, ଜଗତସିଂହପୁର ୧୦୭, ପୁରୀରୁ ୧୦୫ ଓ ସମ୍ବଲପୁରରୁ ୧୦୦ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୯୩ ହଜାର ୭୭୪ରେ ପହଂଚିଛି ।

Comments are closed.