କୋଭିଡ ଯୋଦ୍ଧା ସଫେଇ କର୍ମଚାରୀଙ୍କୁ ଭୁରି ଭୋଜନ ପରସିଲେ ସମ୍ବଲପୁର ଜିଲ୍ଲାପାଳ

ସମ୍ବଲପୁର: ଆଜି ବୁର୍ଲା ବିଜୁକଲ୍ୟାଣ ମଣ୍ଡପ ରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆୟୋଜିତ ହୋଇଯାଇଛି ବଡାଖାନା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ କୁ ସମ୍ବଲପୁର ଜିଲ୍ଲାପାଳ ସୁଭମ ସକ୍ସେନ ଉଦ୍ଘାଟନ କରିଥିଲେ । ତେବେ କୋଭିଡ ସମୟରେ ନିଜଯିବନକୁ ବାଜି ଲଗାଇ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ଏହି ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀ ଙ୍କୁ ଉତ୍ସାହିତ କରିବା ପାଇଁ ଏହି ବଡା ଖାନା କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଭୋଜିଭାତର ଆୟୋଜନ ହୋଇଥିଲା ।

ତେବେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ , ଉପଜିଲ୍ଲାପାଳ , ଙ୍କ ସମେତ ସମ୍ବଲପୁର ମହାନଗର ର ସମସ୍ତ ବରିଷ୍ଠ ଅଧିକାରୀ ଯୋଗ ଦେଇ ନିଜ ହାତରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପରସି ସମସ୍ତ ସଫେଇ କର୍ମଚାରୀ ଙ୍କୁ ଖାଇବାକୁ ଦେଇଥିଲେ । ତେବେ ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟକ୍ରମ ସମ୍ବଲପୁର ଏବଂ ହୀରାକୁଦ ରେ ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି ।

Comments are closed.