ଦୁଇ ମହଲା ଘରେ ଭୟାବହ ଅଗ୍ନିକାଣ୍ଡ, ୭ ଜୀବନ୍ତ ଦଗ୍ଧ

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରେ ଏକ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଆଜି ଭୋରରେ ଏହି ଅଘଟଣ ଘଟିଛି । ଘର ଭିତରୁ ଆହତ ଅବସ୍ଥାରେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ଅନୁମାନ କରାଯାଉଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି । ଦୀର୍ଘ ତିନି ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି ।

ସୂଚନା ଅନୁଯାୟୀ, ଇନ୍ଦୋର ସ୍ଥିତ ସ୍ବର୍ଣ୍ଣ ବାଗ କଲୋନୀରେ ଥିବା ଏକ କୋଠାରେ ନିଆଁ ଲାଗିଯାଇଥିଲା । ଆଜି ଭୋର ପ୍ରାୟ ୪ଟାରୁ ୫ଟା ମଧ୍ୟରେ ନିଆଁ ଲାଗିଥିବାର କୁହାଯାଉଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.