କରୋନା ଅପଡେଟ୍: ଦେଶରେ ଆଉ ୩,୮୦୫ ନୂଆ ମାମଲା, ୨୨ ମୃତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ର ନୂଆ ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩,୮୦୫ ନୂଆ ମାମଲା ପଞ୍ଜିକୃତ ହୋଇଛି । କରୋନା କାରଣରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ଆଉ ୩,୧୬୮ ସୁସ୍ଥ ହୋଇଛନ୍ତି।

୩,୧୬୮ ଲୋକ କରୋନାରୁ ଆରୋଗ୍ୟ ହେବା ପରେ ଏଥିସହ ମୋଟ ସୁସ୍ଥ ସଂଖ୍ୟା ୪,୨୫,୫୪,୪୧୬ ରେ ପହଞ୍ଚିଛି । ସମଗ୍ର ଦେଶରେ ଏପର୍ଯ୍ୟନ୍ତ ୧୯୦.୦୦ କୋଟି ଡୋଜ୍ ଟିକା ଦିଆଯାଇଛି।

Comments are closed.