କନ୍ଧମାଳ ଜିଲ୍ଲାସ୍ତରୀୟ ଗୃହରକ୍ଷୀ ସ୍ଥାପନ ଦିବସ ପାଳିତ

ଫୁଲବାଣୀ – ଫୁଲବାଣୀ ପୋଲିସ ରିଜର୍ଭ ପଡିଆରେ ଜିଲ୍ଲାସ୍ତରୀୟ ଗୃହରକ୍ଷୀ ସ୍ଥାପନ ଦିବସ ଓ ସିଭିଲ ଡିଫେନ୍ସ ଦିବସ ପାଳିତ ହୋଇଛି। ଏଥିରେ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ଗୃହରକ୍ଷୀ ବାହିନୀ,ପୁଲିସ ବ୍ୟାଣ୍ଡ୍ ବାହିନୀ ପ୍ରଭୁତି ଏକାଧିକ କଣ୍ଟିଜେଣ୍ଟସ ପ୍ୟାରେଡରେ ଭାଗ ନେଇଥିଲେ। ଏହି ଅବସରରେ ହୋମଗାର୍ଡ ସୁନୀତା ପାତ୍ର, ମନୋରଞ୍ଜନ ପ୍ରଧାନ,ବରୁଣ ନାୟକ,ସମୀର ସାହୁ,ଚିଦାନନ୍ଦ ଦାସ,ସୁମିତ ବେହେରା,ପ୍ରଦୀପ କହଁର,ଅଜୟ ନାୟକଙ୍କୁ ଉତ୍ତମ ସେବା ପାଇଁ ସମ୍ମାନିତ କରିଥିଲେ ଏସପି। ବାହାର ରାଜ୍ୟ ନିର୍ବାଚନ ଓ ମାଓ ଦମନରେ ମଧ୍ୟ ଏମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ଏସପି।

Comments are closed.