ଭିଜିଲାନ୍ସ ଜାଲରେ ଆଇଏଫଏସ ଅଭୟକାନ୍ତ ପାଠକ, ଓଡିଶା, ମହାରାଷ୍ଟ୍ର ଓ ବିହାରରେ ଏକକାଳୀନ ଚଢାଉ, ଲକଡାଉନ ବେଳେ ଭୁବନେଶ୍ୱରରୁ ଭାରତର ବିଭିନ୍ନ ସ୍ଥାନକୁ ଚାଟାର୍ଡ ଫ୍ଲାଇଟରେ ଯାଇଥିଲେ

ଭୁବନେଶ୍ୱର- ୧୯୮୭ ବ୍ୟାଚ୍ ଓଡିଶା କ୍ୟାଡର ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆଇଏଫଏସ ଅଭୟ ଏବେ ଅତିରିକ୍ତ ପିସିସିଏଫ ଅଛନ୍ତି । ଓଡିଶା ସମେତ ମହାରାଷ୍ଟ୍ର ଓ ବିହାରରେ ଏକକାଳୀନ ଭିଜିଲାନ୍‌ସ ଚଢାଉ ହୋଇଛି । କେନ୍ଦ୍ରୀୟ ସଂସ୍ଥାର ସୂଚନା ଆଧାରରେ ଏହି ଚଢାଉ ହୋଇଛି । ଓଡିଶାର ୪ଟି, ମହାରାଷ୍ଟ୍ରର ୩ଟି ଓ ବହାରର ୩ଟି ସ୍ଥାନରେ ଚଢାଉ ହୋଇଛି । ଲକଡାଉନ ବେଳେ ବିଭିନ୍ନ ସ୍ଥାନକୁ ଚାଟାର୍ଡ ଫ୍ଲାଇଟରେ ଯାଇଥିଲେ ଅଭୟକାନ୍ତ । ଭୁବନେଶ୍ୱରରୁ ପୁଣେ, ଦିଲ୍ଲୀ ଓ ପାଟଣା ଯାଇଥିଲେ ଅଭୟକାନ୍ତ । ଅଭୟକାନ୍ତଙ୍କ ସହ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଯାଇଥିଲେ । ଥରେ ଚାଟାର୍ଡ ଫ୍ଲାଇଟରେ ଗଲେ ୧୫ରୁ ୨୫ ଲକ୍ଷ ଟଙ୍କା ଦେବାକୁ ପଡିଥାଏ ।

Comments are closed.